ରଥ ପାଇଁ ଦଉଡି ସମସ୍ୟା । ପୁରୀ ରଥଯାତ୍ରା ପାଇଁ ପ୍ରତିବର୍ଷ ରାଜ୍ୟ କତା ସମବାୟ ନିଗମ ଦଉଡି ଯୋଗାଇ ଆସିଥାଏ । ରଥ ପାଇଁ ଆବଶ୍ୟକ 14ଟି ଦଉଡି ମଧ୍ୟରୁ 12ଟି ସଂପୂଣ୍ଣ ହୋଇସାରିଥିବା ବେଳେ ଆଉ ଦୁଇଟି ଦଉଡି ବଳିବାକୁ ବାକି ରହିଛି । କତା ସମବାୟ ନିଗମରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଦରମା ଦୀର୍ଘବର୍ଷ ଧରି ବଢି ନ ଥିବାରୁ ସେମାନେ ଜୁନ 21 ତାରିଖରୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଆସୁଛନ୍ତି । ଯଦି ସେମାନଙ୍କ ଦାବି ବିଚାର କରା ନଯାଏ, ସେମାନେ ଦଉଡି ବଳିବେ ନାହିଁ ବୋଲି କହିଛନ୍ତି । 1989 ରୁ ସେମାନେ ସର୍ବନିମ୍ନ 3ହଜାର ଓ ସର୍ବାଧିକ 7 ହଜାର ଦରମା ପାଉଛନ୍ତି । ତେବେ କତା ନିଗମ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଯୋଗୁ ରଥ ଦଉଡିରେ କିଛି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here