ମାଓ ସଂଗଠନକୁ ଲାଗିଛି ବଡ଼ ଝଟକା । ଓଡ଼ିଶାର ରାଉରକେଲାରେ ଜଣେ ସକ୍ରିୟ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ରାଉରକେଲାରେ ଆଜି ମୋଙ୍ଗଡ଼ି ହୁନାଙ୍ଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେ ଦକ୍ଷିଣ ଛୋଟନାଗରା ଗୁରିଲା ସ୍କ୍ୱାଡ୍ର ସକ୍ରିୟ ସଦସ୍ୟ ଥିଲେ ଏବଂ ଗତ ଦୁଇ ବର୍ଷ ଧରି ମାଓ ଗତିବିଧିରେ ଜଡିତ ଥିଲେ। ସେ ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ତାଙ୍କ ଭୂମିକା ଥିବା ସୂଚନା ମିଳିଛି । ମୋଙ୍ଗଡ଼ିଙ୍କ ନାମରେ ୪ଟି ମାମଲା ରହିଛି। ଗରିଲା ଦଳରେ ସେ ସକ୍ରିୟ ଭୂମିକା ନେଇଥିଲେ । ତାଙ୍କୁ ୨ ଲକ୍ଷ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । ଆଜି ଆନ୍ଧ୍ରପ୍ରଦେଶର ବିଜୟୱାଡାର ଚେଲୁରୁ ନାରାୟଣ ରାଓ ନାମକ ଜଣେ ଟପ୍ ମାଓ କମାଣ୍ଡର ଆନ୍ଧ୍ର ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସୋମନ୍ନା ଆନ୍ଧ୍ର-ଓଡ଼ିଶା ସୀମା ଅଞ୍ଚଳରେ କାର୍ଯ୍ୟରତ ଷ୍ଟେଟ୍ କମିଟି ସହ ଜଡିତ ଥିଲା। ସେ ସେଣ୍ଟ୍ରାଲ ରିଜିଓନାଲ କମିଟିର ୩ୟ କମ୍ପାନୀର କମାଣ୍ଡର ଭାବେ କାମ କରୁଥିଲା ଏବଂ People’s War Group ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ସରକାରଙ୍କ ଲଗାତାର ଚାପ ଫଳରେ ଅନେକ ମାଓବାଦୀ ଏବେ ହିଂସା ଛାଡି ମୁଖ୍ୟସ୍ରୋତକୁ ଫେରୁଛନ୍ତି ।













