ହରଡ ଘଣାରେ ରବର୍ଟ ଭଦ୍ରା . ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାରାଥନ ଜେରା . ବୁଧବାର ପାଞ୍ଚ ଘଣ୍ଟା ମାରାଥନ ଜେରା ପରେ ପୁଣି ଗୁରୁବାର ବି ଜେରା କରିଛନ୍ତି ଇଡି ଅଧିକାରୀମାନେ. ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ସହ ସଂପର୍କ ଠାରୁ ଆରମ୍ଭ କରି ଲଣ୍ଡନରେ ଥିବା ସଂପତ୍ତି ବିଷୟରେ ଖୋଳତାଡ କରିଛନ୍ତି ତଦନ୍ତକାରୀ ଅଧିକାରୀମାନେ. ତେବେ ଭଣ୍ଡାରୀଙ୍କୁ ସେ ଜାଣିନାହାନ୍ତି ବୋଲି କହିଛନ୍ତି ରବର୍ଟ. ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି, ଉପା ସରକାର ସମୟରେ ରବର୍ଟ ଭଦ୍ରା ଲାଞ୍ଚ କାରବାର ଟଙ୍କାରେ ଲଣ୍ଡନରେ ସଂପତ୍ତି କିଣିଥିଲେ. ଲଣ୍ଡନରେ ତାଙ୍କର କୌଣସି ସଂପତ୍ତି ନାହିଁ ବୋଲି ଇଡି ଅଧିକାରୀଙ୍କୁ ରୋକଠୋକ୍ ମନା କରିଛନ୍ତି. ଲୋକସଭା ନିର୍ବାଚନର ମାସକ ପୂର୍ବରୁ ଗାନ୍ଧୀ ପରିବାର ଜାମାତାଙ୍କୁ ଜେରା କରିବା ପଛରେ ରାଜନୀତି ଗନ୍ଧ ବାହାରୁଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି. ଇଡି ଜେରା ପଛରେ ରାଜନୈତିକ କାରଣ ରହିଛି ବୋଲି ରବର୍ଟ ଭଦ୍ରା କହିଛନ୍ତି.

LEAVE A REPLY

Please enter your comment!
Please enter your name here