ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ଏକବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଅତିରିକ୍ତ ଦୌରା ଜଜ୍ ।ଗତବର୍ଷ ଅକ୍ଟୋବର ୨୮ ତାରିଖରେ ଛତିଶଗଡରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାରର ନାବାଳିକା ଝିଅକୁ ଶ୍ରୀମନ୍ଦିର ଭିତରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅସଦାଚରଣ କରିଥିବା ଅଭିଯୋଗରେ ସିଂହଦ୍ଵାର ପୋଲିସ ଏକ ମାମଲା କରିଥିଲେ। ଏହି ମାମଲାରେ କୋର୍ଟ ୭ଜଣଙ୍କ ସାକ୍ଷ ଗ୍ରହଣ କରିବା ପରେ, ଗୁଜୁରାଟ କଚ୍ଛ ଅଞ୍ଚଳର ଅଭିଯୁକ୍ତ ବିଜୟ ସୁରେନ୍ଦ୍ର ପାଣ୍ଡିଆକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅତିରିକ୍ତ ଦୌରା ଜଜ୍ ଏବଂ ପୀଡିତାଙ୍କୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନେଇ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here