ସାଧାରଣତଃ ଖରାଦିନେ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି. ଶୋଷ ମେଣ୍ଟାଇବାକୁ ଯାଇ ସମସ୍ତେ ଯେଉଁଠି ନାଇଁ ସେଇଠି ଲେମ୍ବୁ ସରବତ ଓ ବିଭିନ୍ନ ପ୍ରକାର ଜୁସ ପିଇଥାନ୍ତି. ହେଲେ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ ? କିଏ କେଉଁଭଳି ଏହାକୁ ପ୍ରସ୍ତୁତ କରି ଆପଣଙ୍କୁ ଦେଉଛନ୍ତି ତାହା ବି ଆପଣ ଜାଣିନଥିବେ. ତେବେ ଆସିଛି ମୁମ୍ବାଇର କୁର୍ଲା ରେଳ ଷ୍ଟେସନରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇ ରହିଯିବେ. ସେଠାରେ ଜଣେ ଲେମ୍ବୁ ସରବତ ବ୍ୟବସାୟୀ ଏଭଳି ଭାବେ ସରବତ ପ୍ରସ୍ତୁତ କରୁଛନ୍ତି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଉ ଲେମ୍ବୁ ସରବତ ପିଇବାକୁ ଇଚ୍ଛା କରିବେନାହିଁ. ସେହି ବ୍ୟବସାୟୀ ଜଣଙ୍କ ମଇଳା ହାତରେ ସବୁ ଲେମ୍ବୁ ଚିପୁଡୁଛନ୍ତି ଏବଂ ପାଖରେ ଥିବା ଏକ ଟାଙ୍କିରୁ ପାଣି ଆଣି ଏକ ପାତ୍ରରେ ଭର୍ତ୍ତି କରୁଛନ୍ତି. ଏହାକୁ ଜଣେ ଯାତ୍ରୀ ନିଜ ମୋବାଇଲରେ ରେକର୍ଡ କରିଥିଲେ. ଏହା ଭାଇରାଲ ହେବା ପରେ ସେଣ୍ଟ୍ରାଲ ରେଲୱେ ଏହା ଉପରେ କଟକଣା ଜାରି କରିଛନ୍ତି.

LEAVE A REPLY

Please enter your comment!
Please enter your name here