ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଆଜି ସକାଳ ୮ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ । ଏହି ବିଧାନସଭା ନିର୍ବାଚନରେ ୭୦ ଆସନରେ ୬୭୨ ଜଣ ପ୍ରାର୍ଥୀ ଲଢୁଛନ୍ତି । ମୂଖ୍ୟଦଳ ଆପ୍‌, କଂଗ୍ରେସ, ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ସୂଚନାମୁତାବିକ ଆଜି ଦିନ ୧୧ଟା ସୁଦ୍ଧା ୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଦିଲ୍ଲୀରେ ୧ କୋଟି ୪୭ ଲକ୍ଷ ୮୬ ହଜାର ୩୮୨ ଜଣ ଭୋଟର ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନାର୍ଦ୍ଧାରଣ କରିବେ । ସମ୍ବେଦନଶୀଳ ମତଦାନ କେନ୍ଦ୍ରକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମତଦାନ ଶାନ୍ତିଶୃଙ୍ଖଳା ସହ ସମାପନ ପାଇଁ ୭୫ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ୩୭୫୦ ବୁଥ୍‌ରେ ଭୋଟ ଦେଉଛନ୍ତି୧.୪୭ କୋଟି ଭୋଟର । ଲୋକମାନଙ୍କୁ ଭୋଟ ଦେବାପାଇଁ କେନ୍ଦ୍ର ସରକାର ସମସ୍ତ ସରକାରୀ ଏବଂ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । ବୟସ୍କଙ୍କ ପାଇଁ ବୁଥ୍‌କୁ ଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ଏବଂ ଆସନ୍ତା ୧୧ ତାରିଖରେ ଫଳାଫଳ ଘୋଷଣା ହେବ ।

LEAVE A REPLY

Please enter your comment!
Please enter your name here