ଚଳିତ ଲୋକସଭା ନିର୍ବାଚନରେ ସାରା ଭାରତରେ କଂଗ୍ରେସର ବିପର୍ୟ୍ୟୟ ପରେ ନିଜକୁ ଦାୟୀକରି ଅଧକ୍ଷ୍ୟ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଶନିବାର କଂଗ୍ରେସର କାର୍ୟ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫାକୁ ଦଳର ବରିଷ୍ଠ ନେତୃମଣ୍ଡଳି ଆଗ୍ରାହ୍ୟ କରିଦେଇଥିଲେ । ସବୁ ପରେ ବି ଜିଦ୍ ରେ ଅଟଳ ରାହୁଲ, ତାଙ୍କର ଏକା ଜିଦ୍ ଛାଡିବେ ଅଦକ୍ଷ ପଦ । ତେବେ ମଙ୍ଗଳବାର ରାହୁଲଙ୍କୁ ମନେଇବାକୁ ତାଙ୍କ ବାସଭବନକୁ ଛୁଟି ଥିଲା ବହୁ ବରିଷ୍ଠ ନେତାଙ୍କ ସୁଅ । ଭଉଣୀ ପ୍ରିୟଙ୍କା ଗାନ୍ଧୀ , ସଚିନ୍ ପାଇଲଟ ,ଅହମ୍ମଦ ପଟେଲ,ଅଶୋକ ଗେହଲଟ ରାହୁଲଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରାହୁଲ ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି । କଂଗ୍ରେସର ବରିଷ୍ଠ ନେତୃମଣ୍ଡଳିକୁ ରାହୁଲ ଏକ ମାସର ସମୟ ଦେଇଛନ୍ତି । ଏକ ମାସ ମଧ୍ୟରେ ନୂଆ ଅଧକ୍ଷ୍ୟ ବାଛିବାକୁ ରାହୁଲ କହିଛନ୍ତି । ଅଧକ୍ଷ୍ୟ ପଦ ଛଡା ଦଳ ତାଙ୍କୁ ଅନ୍ୟ ଯେଉଁ ପଦ ଦେବ ସେ ତାହା ସମ୍ପାଦନ କରିବେ ବୋଲି କହିଛନ୍ତି । ଏପରିକି ଭଉଣୀ ପ୍ରିୟଙ୍କାଙ୍କୁ ମଧ୍ୟ ଅଦକ୍ଷ କରିବା ସପକ୍ଷରେ ନାହାଁନ୍ତି ରାହୁଲ ।

LEAVE A REPLY

Please enter your comment!
Please enter your name here