ଦୀର୍ଘଦିନ ଧରି ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ଆଖି ବୁଜି ଦେଇଛନ୍ତି ଅମ୍ରିତ୍ ପ୍ରଧାନ । ଡାକ୍ତର ଏବଂ ପରିବାର ଲୋକଙ୍କର ଅନେକ ଚେଷ୍ଟା ସତ୍ତ୍ୱେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅମ୍ରିତ୍ । ହଜାର ହଜାର ଶୁଭେଚ୍ଛୁଙ୍କ ଆର୍ଶୀବାଦ ଅମ୍ରିତ୍‌ଙ୍କୁ ଏତେବାଟ ଆଣିଥିଲା । କିନ୍ତୁ କୋଟି କୋଟି ଟଙ୍କାର ଆର୍ଥିକ ସହଯୋଗ ଓ କୋଟି କୋଟି ସଦ୍ଦିଛା‌ ଶେଷରେ ହତାଶରେ ପରିଣତ ହେଲା। ଦୀର୍ଘ ୧୪୧ ଦିନ ଧରି ଏକ୍‌ମୋରେ ରହି ଚିକିତ୍ସିତ ହେଲେ । ଗତକାଲି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି । ଫୁସ୍‌ଫୁସ୍ ପ୍ରତିରୋପଣ ସଫଳ ହୋଇଥିବା ସତ୍ତ୍ବେ ତାଙ୍କୁ ଡାକ୍ତର ବଞ୍ଚାଇବା ସମ୍ଭବ ହୋଇନାହିଁ। ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗତ ଅକ୍ଟୋବର ୨୩ରେ ଏକ୍‌ମୋରେ ଥାଇ ଅମ୍ରିତ୍‌ଙ୍କର ଫୁସ୍‌ଫୁସ୍ ପ୍ରତିରୋପଣ କରାଯାଇଥିଲା । ଏହା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିଲା । କିନ୍ତୁ ହଠାତ୍ ୩ଦିନ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଥିଲା। ପ୍ରତିରୋପଣ ହୋଇଥିବା ଫୁସ୍‌ଫୁସ୍ ଉନ୍ନତି କରୁଥିଲା। କିନ୍ତୁ ଅଚାନକ ଭାବେ ହୃତ୍‌ପିଣ୍ଡରେ ବ୍ଲକେଜ୍ ଦେଖାଗଲା । ସେଥିପାଇଁ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିଲେ। କିନ୍ତୁ ଶେଷରେ ସମସ୍ତେ ହାରିଗଲେ।

LEAVE A REPLY

Please enter your comment!
Please enter your name here