ସଲମାନ ଖାନ ଅଭିନୀତ ଫିଲ୍ମ ‘ଭାରତ’ର ଟିଜର ବହୁତ ଜଲଦି ରିଲିଜ ହେବାକୁ ଯାଉଛି. ମାତ୍ର ତା ପୂର୍ବରୁ ଏହି ଫିଲ୍ମର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଛି. ଫିଲ୍ମ ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫିଲ୍ମ ଟିଜରର ପ୍ରଥମ ଝଲକ ପୋଷ୍ଟ କରିଛନ୍ତି. ଯେଉଁଥିରେ ସେ ଲେଖିଛନ୍ତି ‘କାଣଣ୍ଟଡାଉନ ବିଗିନ୍ସ’. ଟିଜର ନମ୍ବର 1ରେ ଭାରତର ପତାକା ଉଡୁଛି ଏବଂ ଭିଡିଓ ବ୍ୟାକଗ୍ରାଉଣ୍ଡରେ ଢୋଲ ବାଜୁଛି. ଏହାସହ ଲୋକଙ୍କ ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଥିବା ନଜର ଆସିଛି. ଏହା ବର୍ତ୍ତମାନ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଭାଇରାଲ ହେଉଛି. ତେବେ ଏହି ଫିଲ୍ମର ଟିଜର ଜାନୁୟାରୀ 26ରେ ରିଲିଜ ହେବ ବୋଲି ସୂଚନା ମିଳିଛି. ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍, ତବ୍ବୁ, ଦିଶା ପାଟ୍ଟନୀ ଓ ସୁନିଲ ଗ୍ରୋଭର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି.

 

LEAVE A REPLY

Please enter your comment!
Please enter your name here