କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଭୂବନେଶ୍ୱର ସ୍ଥିତ ମୈତ୍ରୀ ବିହାରରେ ଥିବା ପ୍ରମୁଖ ସଫ୍ଟୱେୟାର କଂପାନୀ ଟେକ୍ ମହିନ୍ଦ୍ରା କୁ ଆଜି ସିଲ୍ କରିଛି ବି.ଏମ୍‌.ସି । ଗତ ୩ ତାରିଖରେ କଂପାନୀର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଂପାନୀ ର ତୃତୀୟ ମହଲାକୁ ବନ୍ଦ କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୩୨ ଜଣ କର୍ମଚାରୀ ଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରଖାଯାଇଛି ବୋଲି ସୂଚନା ମିଳିଛି । ତେବେ କଂମ୍ପାନୀର ଆହୁରି ୬୭ ଜଣ କର୍ମଚାରୀ ଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ ଆଗାମୀ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ବି.ଏମ୍‌.ସି. ଡେପୁଟି କମିଶନର ପ୍ରମୋଦ୍ ପୃଷ୍ଟି କହିଛନ୍ତି ।

LEAVE A REPLY

Please enter your comment!
Please enter your name here