ଜୁଡ଼ିସିଆଲ୍‌ ଅଫିସର ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବରେ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ୍‌ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ କୁରିୟନ୍‌ ଯୋଶେଫ ଡ. ମିଶ୍ରଙ୍କ ନାମକୁ ସୁପାରିଶ କରିଛନ୍ତି । ସାକ୍ଷାତକାରକୁ ଆଧାର କରି ତାଙ୍କ ନାଁକୁ ସୁପାରିଶ କରାଯାଇଛି ବୋଲି କହିଛନ୍ତି । ଏହା ସହିତ ତିନି ଜଣ ଜୁଡିସିଆଲ୍‌ ଅଫିସରଙ୍କ ନିଯୁକ୍ତିକୁ ନେଇ ହାଇକୋର୍ଟ କଲେଜିୟମ ଉପରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍‌ । ସତ୍ୟନାରାୟଣ ମିଶ୍ର, ବିଭୁ ପ୍ରସାଦ ରାଉତରାୟ ଓ ଗୌତମ ଶର୍ମାଙ୍କ ଉପରେ ହାଇକୋର୍ଟ କଲେଜିୟମ ବିଚାର କରିବେ । ଏମାନେ ହାଇକୋର୍ଟ ବିଚାରପତି ପଦ ପାଇଁ ଥିବା ଯୋଗ୍ୟତା ମାନଦଣ୍ଡରେ ଯୋଗ୍ୟ ବିବେଚିତ ହୋଇ ପାରି ନାହାଁନ୍ତି । ତେଣୁ ଏହି ତିନି ଜଣଙ୍କ ନିଯୁକ୍ତିକୁ ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ କଲେଜିୟମ୍‌ ହାଇକୋର୍ଟ କଲେଜିୟମ୍‌କୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here