ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଡିସେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬ ଦିନି ଧରି ‘ନଭେଲ ମ୍ୟାଟେରିଆଲ୍‌ସ ଆଣ୍ଡ ଇଟ୍‌ସ ଇଞ୍ଜିନିୟରିଂ ଆପ୍ଲିକେସନ୍‌ସ’ ଶୀର୍ଷକ ଏକ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫଡିପି) ଆୟୋଜିତ ହୋଇଯାଇଛି ।
ଏଆଇସିଟିଇ ଟ୍ରେନିଂ ଆଣ୍ଡ ଲର୍ଣ୍ଣିଂ ଏକାଡେମୀ (ଅଟଳ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟିତ କରିଥିଲେ । ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଜାତୀୟ ସ୍ତରୀୟ ବୈଷୟିକ ଅନୁଷ୍ଠାନ, ଗବେଷଣା କେନ୍ଦ୍ର ଓ ଶିଳ୍ପର ବିଶେଷଜ୍ଞ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମତ ରଖିଥିଲେ ।
ନଭେଲ ମ୍ୟାଟେରିଆଲ୍‌ସ କ୍ଷେତ୍ରରେ ଉତ୍ପନ ହେଉଥିବା ଆହ୍ୱାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଏହାର ବିଭିନ୍ନ ପ୍ରୟୋଗକୁ ନେଇ ଏହି କାର୍ଯ୍ୟକ୍ରମରେ ମତ ବିନିମୟ ହୋଇଥିଲା । ଏହାର ବିଭିନ୍ନ ଅଧିବେଶନରେ ଥ୍ରୀ ଡି ପ୍ରିଂଟିଙ୍ଗ୍ ଅଫ୍ ନଭେଲ ମ୍ୟାଟେରିଆଲ୍‌ସ, ଷ୍ଟ୍ରେସ୍ ମ୍ୟାନେଜମେଂଟ ଏବଂ ୱେଷ୍ଟ ଟୁ ୱର୍ଥ ଆପ୍ରୋଚ୍ ଇନ୍ ଇଣ୍ଡଷ୍ଟ୍ରି ଫର ସଷ୍ଟେନେବିଲିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ଆଚାର୍ଯ୍ୟ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଶଙ୍କର ନାରାୟଣ ଦାସ ଏବଂ ସହ ସଂଯୋଜକ ଡକ୍ଟର ତପସ୍ୱିନୀ ଦାସ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here