ଆଗାମୀ ଦିନରେ ଭୁବନେଶ୍ୱରରୁ ହଟାଯିବ ସବୁ ଅଟୋ. ବର୍ତ୍ତମାନ ପାଖାପାଖି 30 ହଜାର ଅଟୋ ରାଜଧାନୀରେ ଚାଲୁଛି, ପରବର୍ତ୍ତୀ ସମୟରେ ଏଗୁଡିକୁ ହଟାଯିବାର ଯୋଜନା ରହିଛି. ଏହାବ୍ୟତୀତ ନୂତନ ଅଟୋ ପଞ୍ଜୀକରଣ କରାଯିବ ନାହିଁ. ଏଭଳି ପ୍ରସ୍ତାବ ରହିଛି ସ୍ମାର୍ଟ ସିଟି ଯୋଜନାରେ. ସରକାରୀ ସ୍ତରରେ ଏ ସଂକ୍ରାନ୍ତରେ ବିଚାର ବିମର୍ଶ ଚାଲିଛି. ସିଟି ବସର ସଂଖ୍ୟା ବୃଦ୍ଧି କରାଯିବା ପରେ ଅଟୋକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ. ଜୁନ 27ରେ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷାରେ ସିଟି ବସ ସେବା ଉପରେ ଆଲୋଚନା କରାଯାଇଥିଲା.ଏହି ଅବସରରେ ବିଡିଏ କର୍ତ୍ତୃପକ୍ଷ ସ୍ମାର୍ଟ ସିଟିର ଯାତ୍ରୀ ପରିବହନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ .ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ପରିମାଣର ସିଟି ବସ୍ ଚଳାଚଳ ଆରମ୍ଭ ହେବାର ଯୋଜନା ରହିଛି.