ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ. ସୋମବାର ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛି 23 ବର୍ଷୀୟା ୱାଣ୍ଟେଡ ଦଲମର୍ ଇଡେ ମାଡୀ. ସୂଚନା ଅନୁସାରେ, ସେ 2014 ମସିହାରୁ ଆନ୍ଧ୍ର-ଓଡିଶା ସମେତ ମାଲକାନଗିରି ଡିଭିଜନର କାଲିମେଳା ଅଞ୍ଚଳ କମିଟିରେ ପାର୍ଟି ସଦସ୍ୟ ଭାବେ କାମ କରୁଥିଲା. ତେବେ ଆତ୍ମସମର୍ପଣ ପାଇଁ ଓଡିଶା ସରକାର 1 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ. ବର୍ତ୍ତମାନ ତାକୁ ଓଡିଶା ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏସପି ଜଗମୋହନ ମୀନା. ତେବେ ମାଡୀକୁ ସିପିଆଇ କାର୍ଯ୍ୟକର୍ତ୍ତା ଦେବ ମାଡୀ ଓରଫ୍ ଅର୍ଜୁନର କାର୍ଯ୍ୟକଳାପ ପସନ୍ଦ ନ ଆସିବାରୁ ସେ ଏହା ଛାଡିଥିବା କହିଛି. ଏହାଛଡା ଯିଏ ନିରୀହ ଲୋକଙ୍କୁ ବିନା ଦୋଷରେ ହତ୍ୟାକରୁଛି ସେଭଳି ଲୋକ ପାଖରେ ସେ ରହିବାକୁ ପସନ୍ଦ କରେନାହିଁ ବୋଲି କହିଛି ଇଡେ ମାଡୀ.

 

LEAVE A REPLY

Please enter your comment!
Please enter your name here