ଏସିଆର ସବୁଠୁ ବଡ ମିଲିଟାରୀ ଏଭିଏସନ ସୋ’ ଏରୋ ଇଣ୍ଡିଆ 2019 ରେ ଶନିବାର ଏକ ବଡ ଅଘଟଣ ଘଟିଯାଇଛି. ବେଙ୍ଗାଲୁରୁରେ ଚାଲିଥିବା ଏୟାର ସୋ’ର ପାର୍କିଂ ଜାଗାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି. ଫଳରେ ପାଖାପାଖି 300ରୁ ଅଧିକ ଗାଡି ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି. ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀ. ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ଦମକଳ ବାହିନୀ. ଶୁଖିଲା ଘାସ ଓ ପବନ ଯୋଗୁଁ ନିଆଁ ଶୀଘ୍ର ଚାରିଆଡେ ବ୍ୟାପି ଗଲା ବୋଲି ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ. ସିଗାରେଟ ନିଆଁରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକ ସପ୍ତାହ ପୂର୍ବରୁ ଭାରତୀୟ ବାୟୁ ସେନାର ଦୁଇଟି ବିମାନ ମଝି ଆକାଶରେ ଧକ୍କା ହୋଇଥିଲା. ଯେଉଁଥିପାଇଁ  ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା.

 

LEAVE A REPLY

Please enter your comment!
Please enter your name here