ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା କରିବା ପରର ଦୁଃଖଦ ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲାବେଳେ ଆଖି ବୁଜିଛନ୍ତି ପତ୍ନୀ ସୁମିତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପତ୍ନୀ ସୁମିତ । ସ୍ୱାମୀ ରମାକାନ୍ତ ଟାହିଟାପରା ସହି ନପାରି ୧୩ ତାରିଖରେ ଆତ୍ମହତ୍ୟା କରିଥିଲେ । ପ୍ରଥମେ ସ୍ତ୍ରୀ ବିଷ ପିଇବା ପରେ ସ୍ୱାମୀ ରସି ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପତ୍ନୀ କଟକ ସ୍ଥାନାନ୍ତର ହୋଇଥିଲେ । ମାତ୍ର ଆଜି ସ୍ବାମୀଙ୍କ ଦଶାହ ଥିବା ବେଳେ ଆଖି ବୁଜିଦେଇଛନ୍ତି ପତ୍ନୀ ସୁମି । ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଟାହିଟାପରା କରିବା ଅଭିଯୋଗ ହୋଇଥିଲା । ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ରମାକାନ୍ତଙ୍କ ବାପା ।

LEAVE A REPLY

Please enter your comment!
Please enter your name here