ହିମାଞ୍ଚଳ ପ୍ରଦେଶରେ ଦୀର୍ଘ 48 ଘଣ୍ଟା ଧରି ବର୍ଷା ତାର କରାଳ ରୂପ ଦେଖାଉଛି । ଏଠାରେ ପ୍ରବାହିତ ବ୍ୟାସ ନଦୀରେ ସୃଷ୍ଟି ହୋଇଥିବା ଝଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

କୁଲ୍ଲୁ ସ୍ଥିତ ଓଟ୍ ରେ ବାଦଲ ଫାଟି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ପାଖାପାଖି 19 ଜଣ ଲୋକ ଫସି ରହିଥିଲେ । ବାୟୁସେନାର ହେଲିକପ୍ଟରର ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ପ୍ରଶାସନ ଦ୍ୱିପହରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇପାରିନଥିଲା । ରୋହତଙ୍ଗରେ ମଧ୍ୟ ପ୍ରବଳ ବରଫପାତ ଯୋଗୁଁ ପରିସ୍ଥିତି ଭୟାଭୟ ରହିଛି । ସେହିସ୍ଥାନରୁ 28 ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ନଦୀକୂଳକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ସୋଲନ ଓ ଉନା କୁ ଛାଡି ରାଜ୍ୟର ସମସ୍ତ ସ୍ଥାନଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here