ଅଧାରେ ରହିଲା ଅସ୍ଥି ବିସର୍ଜନ ଆଶା । ପୁରୀ ଜଗନ୍ନାଥ ସଡକର ସୁକଳ ଭାଇଲପୁର ନିକଟରେ ଅଭାବନୀୟ ଘଟଣା । ଅସ୍ଥି ବିସର୍ଜନ କରିବାକୁ ଆସୁଥିବାବେଳେ ଗାଡି ନିୟନ୍ତ୍ରଣ ହରାଇ ଖସିଲା ଖାତ ଭିତରକୁ । ଆଉ ତା’ପରେ ସବୁଦିନ ପାଇଁ ଆଖି ବୁଜିଦେଲେ ଗୋଟିଏ ପରିବାରର ୫ ସଦସ୍ୟ । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପଲ୍ଲୀର କେ.ଜଗଦୀଶ ତାଙ୍କ ଧର୍ମପତ୍ନୀ କେ.କ୍ରିଷ୍ଣା , କେ. ମାୟାବତୀ , ପୁଅ କେ. ଅଭିମନୁ୍ୟ, କେ.ଲତା ।
ସୁଚନାଅନୁସାରେ ସାମନ୍ତରାପଲ୍ଲୀର କେ ଜଗଦୀଶଙ୍କ ବାପା କେ. ମୁରଲୀଙ୍କର ଅସ୍ଥି ବିସର୍ଜନ ଲାଗି ଦୁଇଟି ପରିବାର ମହିଳା ଓ ପୁରୁଷ ଦୁଇଟି ଟାଟା ମେଜିକ ଗାଡିରେ ପୁରୀ ଆସୁଥିଲେ । ମଙ୍ଗଳବାର ଭୋର ୫ଟା୩୦ ସମୟରେ ନିରାକାରପୁର-ପୁରୀ ରାସ୍ତାରେ ରୁଆ ଓ ଭାଇଲପୁର ଛକ ମଝିରେ ଆଗରେ ଆସୁଥିବା ଟାଟା ମେଜିକ ଡ୍ରାଇଭରର ଆଖି ଲାଗିଯିବାରୁ ଗାଡି ୫ ଫୁଟ ତଳକୁ ଖାତ ମଧ୍ୟକୁ ଖସି ପଡିଥିଲା । ଖାତରେ ବର୍ଷା ଜଳ ଜମି ରହିଥିବାରୁ ଗାଡି ବାହାରକୁ ବାହାରି ପାରିନଥିଲା । ପଛରେ ଆସୁଥିବା ଟାଟା ମେଜିକ ଗାଡି ସେମାନଙ୍କୁ ଉଦ୍ଧାର କରି ଚନ୍ଦନପୁର ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଚନ୍ଦନପୁର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିସାଳୟକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here