ଭୁବନେଶ୍ୱର ପଳାଶୁଣି ମୁଣ୍ଡାସାହିରେ ଗୁଣ୍ଡାରାଜ । ବୁଲିଲା ଖଣ୍ଡା , ଭୁଜାଲି । ୨୦ ରୁ ୩୦ ମିନିଟ ଧରି ଚାଲିଲା ଆତଙ୍କରାଜ । କ୍ୟାରମ ଖେଳର ଝଗଡାକୁ ନେଇ ମହାଭାରତ ହୋଇଥିଲା । ଏହି ଘଟଣାରେ ୨୨ ଜଣଙ୍କୁ ଅଟକ ରଖି ମଞ୍ଚେଶ୍ୱର ପୋଲିସ ପଚରା ଉଚରା କରୁଛି । ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ୪୦ରୁ ୫୦ ଜଣ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ୫ରୁ ୬ ଜଣ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଞ୍ଚେଶ୍ୱର ଥାନାଠୁ ମାତ୍ର ୩୦୦ ମିଟର ଦୂରରେ ଏଭଳି ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here