ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଅଜି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।ନିଆଁ ଏତେ ଭୟାନକ ବେଗରେ ମାଡ଼ିଛି ଯେ,ଏଥିପାଇଁ ୧୧ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ କରିବାରେ ନିୟୋଜିତ ହୋଇଥିଲେ। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି। ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଦୋକାନୀ ଦୋକାନୀ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।














