ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି । ଅନ୍ତର୍ଜାତିକ କ୍ରିକେଟରେ ୨୦ ହଜାର ରନ୍ ପୂରଣ କରିଛନ୍ତି ରନ୍ ମେସିନ ବିରାଟ । ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିଛନ୍ତି କୋହଲି । ଏହି ରେକର୍ଡ ପାଇଁ ଆଜିର ମ୍ୟାଚରେ କୋହଲିଙ୍କୁ ୩୭ ରନ୍ ର ଆବଶ୍ୟକତା ଥିଲା । ବିରାଟ ବିଶ୍ୱର ଦ୍ରୁତତମ ଖେଳାଳି ଭାବରେ ମାତ୍ର ୪୧୭ ଇନିଂସ୍ ,ଟେଷ୍ଟରେ ୧୩୧ ଇନିଂସ୍ ,ଦିନିକିଆରେ ୨୨୪ ଇନିଂସ୍ ଏବଂ ଟି-୨୦ ରେ ୬୨ ଟି ଇନିଂସ୍ ରେ ଏହି ରେକର୍ଡ ହାସଲ କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୪୬୮ ଇନିଂସ୍ ଖେଳି ୨୦ ହଜାର ରନ୍ କରିଥିବା ବେଳେ କିମ୍ବଦନ୍ତି ବ୍ୟାଟ୍ସମ୍ୟାନ ଲାରା ଓ ସଚିନ ୪୫୩ ଇନିଂସରେ ୨୦ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ । ପୂର୍ବରୁ ଦୁଇ ଭାରତୀୟ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ ଏହି ୨୦ ହଜାର କ୍ଲବରେ ସାମିଲ ଅଛନ୍ତି । ବିରାଟ ତୃତୀୟ ଭାରତୀୟ ଭାବେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here