ବକ୍ସର ଲଭଲିନା ବୋରଗେନ ଭାରତ ପାଇଁ ଆଉ ଏକ ପଦକ ପାଇଛନ୍ତି । ୬୯ କେଜ ବର୍ଗରେ ଲଭଲିନା ବ୍ରୋଞ୍ଚ ପଦକ ପାଇଛନ୍ତି । ଆଜି ସେମିଫାଇନାଲରେ ଲଭଲିନା ଚତ୍ମକାର ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନ ତୁର୍କୀ ପ୍ରତିଦ୍ୱନ୍ଦୀ ବକ୍ସର ବୁସେନାଜ ସୁର୍ମେନେଲୀଙ୍କ ଠାରୁ ହାରିଯାଇଥିଲେ । ବିଶ୍ୱର ଏକ ନମ୍ବର ବକ୍ସରଙ୍କଠାରୁ ୦-୫ ପଏଣ୍ଟରେ ହାରିଯାଇଥିଲେ ଲଭଲିନା । ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂର୍ବରୁ ମୀରାବାଇ ଚାନୁ, ପିଭି ସିନ୍ଧୁ ଭାରତ ପାଇଁ ପଦକ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here