ପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ ଭକ୍ତ. ପବିତ୍ର ହେରା ପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ଆଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ. ନଅଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ପଞ୍ଚମ ଦିନରେ ପାଳନ କରାଯାଏ ଏହି ନୀତି. ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଘେନି ରଥ ଚଢ଼ି ମାଉସୀ ଘରକୁ ଯାଇଥାନ୍ତି ମାତ୍ର ସାଥିରେ ନେଇନଥାନ୍ତି ମହାଲକ୍ଷ୍ମୀଙ୍କୁ. ସେଥିପାଇଁ କୋପ କରନ୍ତି ମାଆ. ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରରୁ ବାହାରି ମାଉସୀଙ୍କ ଘର ଆଗରେ ଅଟକିଥିବା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ନିଜ ରୋଷ ବ୍ୟକ୍ତ କରନ୍ତି ଦେବୀ ଅର୍ଣ୍ଣପୂର୍ଣ୍ଣା. ପୁନଶ୍ଚ ବଡ଼ ଦେଉଳକୁ ଫେରିଯାନ୍ତି ମାଆ.

ସନ୍ଧ୍ୟା ସମୟରେ ସେବାୟତମାନେ ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟ ଅନୁଯାୟୀ ସମାପନ କରିଥିଲେ. ପୁରୀରେ ଏଭଳି ଅଲୌକିକ ଲୀଳାକୁ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ.

LEAVE A REPLY

Please enter your comment!
Please enter your name here