ହାତକୁ ଦି ହାତ ହେବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ । ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଏହି ଚର୍ଚ୍ଚିତ ଯୋଡି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ହେବ ଏହି ବାହାଘର । ଆଜିଠୁ ୯ ତାରିଖ ଯାଏଁ ରହିଛି ପୋଗ୍ରାମ । ହଲଦୀ, ମେହେନ୍ଦୀ, ବାହାଘର ସବୁକିଛି ହେବ ରାଜକୀୟ ଅନ୍ଦାଜରେ । ଆଜି ହେବ ସଙ୍ଗୀତ ଓ ମେହେନ୍ଦି କାର୍ଯ୍ୟକ୍ରମ । ଆସନ୍ତାକାଲି ହଲଦୀ ଆଉ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ଦୁଇ ସେଲିବ୍ରିଟି । ବିବାହ ମଣ୍ଡପକୁ ହେଲିକପ୍ଟରରେ ଆସିବେ ଭିକି ଓ କ୍ୟାଟ୍ । ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ଡ୍ରେସ୍ ପିନ୍ଧିବେ ଉଭୟେ । ଉତ୍ସବରେ ଅତିଥିଙ୍କ ପାଇଁ ରହିବ ନୋ ଫୋନ୍ ପଲିସି । କେହି ଫଟୋ ଉଠାଇ ପାରିବେ ନାହିଁ କି କେହି ସୋସିଆଲ ମିଡିଆରେ ଫଟୋ ସେୟାର କରିପାରିବେ ନାହିଁ । ଯୋଗଦେଉଥିବା ଅତିଥିଙ୍କୁ ସିକ୍ରେଟ୍ କୋଡ ଦିଆଯାଇଛି ।