ବୁଧବାର କଂଗ୍ରେସ ପକ୍ଷରୁ 2ଟି ଲୋକସଭା ଓ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଦୁଇଟି ଲୋକସଭା ଆସନ ଯଥା କଟକ ପାଇଁ ପଞ୍ଚାନନ କାନୁନଗୋ ଛିଡା ହେଉଥିବା ବେଳେ ଯାଜପୁର ପାଇଁ ମାନସ ଜେନା ଲୋକସଭା ଆସନ ପାଇଁ ପ୍ରାର୍ଥୀ ରୂପେ ଛିଡା ହେଉଛନ୍ତି. ସେହିଭଳି 9ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. 9ଟି ବିଧାନସଭା ଆସନ ଯଥା ବାଲେଶ୍ୱର ପାଇଁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳା ପାଇଁ ସ୍ମୃତିରେଖା ପହି, ଯାଜପୁର ପାଇଁ ସନ୍ତୋଷ କୁମାର ନନ୍ଦ ଲଢୁଥିବା ବେଳେ  ହିନ୍ଦୋଳ ପାଇଁ ତ୍ରିନାଥ ବେହେରା, କାମାକ୍ଷାନଗର ପାଇଁ ଭବାନୀ ଶଙ୍କର ମହାପାତ୍ର, ବଡମ୍ବା ପାଇଁ ବବି ମହାନ୍ତି, ପାରାଦୀପ ପାଇଁ ଅରିନ୍ଦମ ସର୍କେଲ, ପିପିଲି ପାଇଁ ଯୁଧିଷ୍ଠିର ସାମନ୍ତରାୟ ଓ ବେଗୁନିଆ ପାଇଁ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ.

LEAVE A REPLY

Please enter your comment!
Please enter your name here