ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡିବେ ସୁମିତ୍ରା ଜେନା. ଏ ନେଇ ଏବେ କଂଗ୍ରେସ ପକ୍ଷରୁ ଏକ ନୂଆ ଖବର ଆସିଛି. ତେବେ 31 ମାର୍ଚ୍ଚରେ କଂଗ୍ରେସ ଭବନରେ କିଛି କର୍ମୀଙ୍କ ଠେଲାପେଲାକୁ ନେଇ କ୍ଷୁବ୍ଧ ହୋଇଥିଲେ ସୁମିତ୍ରା. ପରେ ଏହି ଘଟଣାରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସାନ୍ତ୍ୱନା ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ. ମାତ୍ର ପଦକ୍ଷେପ ନ ନିଆଯିବାରୁ ସେ ଏହି ପଦ ଛାଡିବା ପାଇଁ ମନ ସ୍ଥିର କରିଛନ୍ତି. ସହଯୋଗୀଙ୍କ ଆଲୋଚନା କରିବା ପରେ ବିଧିବଦ୍ଧ ଭାବେ ଏ ନେଇ ସେ ଘୋଷଣା କରିବେ. ଏହାଛଡା ଆସନ୍ତା ନିର୍ବାଚନରେ ମଧ୍ୟ କୌଣସି ଆସନରୁ ପ୍ରାର୍ଥୀ ଭାବେ ଛିଡା ହେବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି. ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ମଧ୍ୟ ସେ କଂଗ୍ରେସ ଛାଡିବେ ନାହିଁ ଏବଂ କଂଗ୍ରେସରେ ରହି ସେ କାର୍ଯ୍ୟ କରିବେ ଓ ଅନ୍ୟ ଦଳକୁ ଯିବେ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି. ଟିକଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସୁମିତ୍ରା ବିଶେଷ ଭାବରେ ମହିଳା ପ୍ରାର୍ଥୀଙ୍କୁ ଟିକଟ ନ ମିଳିବାରୁ ଅସନ୍ତୁଷ୍ଟ ଥିଲେ. ତେବେ ସୁମିତ୍ରା ଜେନାଙ୍କ ଏଭଳି ମନ୍ତବ୍ୟ ପରେ ଏବେ ନାନାପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇସାରିଛି.

 

LEAVE A REPLY

Please enter your comment!
Please enter your name here