ଆଗକୁ ଅଛି ସାଧାରଣ ନିର୍ବାଚନ. ଏନେଇ ଭୁବନେଶ୍ୱର, ଭଦ୍ରକ ଓ ବାଲେଶ୍ୱର ଲୋକସଭା ସହ 19ଟି ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ଦଳୀୟ ପ୍ରାର୍ଥୀ ଦେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢୀ. ଏହାଛଡା ବହୁତ ଜଲଦି ବାଲେଶ୍ୱର ଲୋକସଭା ଓ ଏହାର ସାତଟି ବିଧାନସଭାର ପ୍ରାର୍ଥିଙ୍କ ନାମ ଗଣମାଧ୍ୟମରେ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି. ଅନ୍ୟପଟେ 2019 ନିର୍ବାଚନ ଦେଶରେ ଏକ ସ୍ଥିର ଓ ସୁସ୍ଥ ସରକାର ଗଠନ କରିବ. ଯେଉଁଠାରେ ତୃଣମୂଳ କଂଗ୍ରେସ ନିର୍ବାଚନ ଲଢିବ, ସେଠାରେ ବିଜେପି କେବେ ଜିତିପାରିବ ନାହିଁ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here