ମହାମାରୀ କରୋନା ସମଗ୍ର ଦେଶବାସୀଙ୍କୁ ସଙ୍କଟରେ ପକାଇଥିବାବେଳେ ଏବେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ବାର୍ଡ ଫ୍ଲୁ ଆତଙ୍କ । ଦେଶର ୫ଟି ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଦେଖାଦେଇଥିବାରୁ ଆଲର୍ଟ ଜାରି କରାଯାଇଛି । ରାଜସ୍ଥାନ , ମଧ୍ୟପ୍ରଦେଶ, ଗୁଜରାଟ, ହିମାଚଳପ୍ରଦେଶ , କେରଳରେ ହଜାର ହଜାର ପକ୍ଷୀ ବାର୍ଡ ଫ୍ଲୁ ରେ ମରିଗଲେଣି । ହିମାଚଳ ପ୍ରଦେଶରେ ମାଛ, ଅଣ୍ଡା ଓ କୁକୁଡା ବିକ୍ରି ଉପରେ କଟକଣା ଲାଗିଛି । ବାର୍ଡ ଫ୍ଲୁ ନେଇ ଚିନ୍ତା ବଢିବା ପରେ ସତର୍କ ରହିବାକୁ ପଡୋଶୀ ରାଜ୍ୟ ଗୁଡିକୁ ଆଲର୍ଟ ଜାରି କରାଯାଇଛି । ବିହାର, ଝାରଖଣ୍ଡ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବାର୍ଡ ଫ୍ଲୁରେ କେବଳ ପକ୍ଷୀ ନୁହେଁ ମଣିଷ ମଧ୍ୟ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ପକ୍ଷୀଙ୍କ ପାଖରେ ରହୁଥିବା ମଣିଷ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇପାରନ୍ତି । ଏହି ଭାଇରସ , ଆଖି, ନାକ , ମୁହଁ ଜରିଆରେ ମଣିଷ ଶରୀରକୁ ପ୍ରବେଶ କରିପାରେ । ଅନ୍ୟରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କକୁ ନଜରରେ ରଖି ଖୋର୍ଧା ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଚିଲିକାରୁ ଚାରିଶହ ପକ୍ଷୀଙ୍କ ସାମ୍ପଲ ଓ ଓୟୁଏଟି ଫାର୍ମରୁ କୁକୁଡାଙ୍କ ସାମ୍ପଲ ପରୀକ୍ଷା ପାଇଁ ଫୁଲନଖରା ସ୍ଥିତ ପଶୁରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି । ନଳବଣରୁ ମଧ୍ୟ ପକ୍ଷୀଙ୍କ ସାମ୍ପଲ ପଠାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here