ରବିବାର ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ. ଭଦ୍ରକ ଜିଲ୍ଲା ରଣୀତାଲରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ ମନ୍ତ୍ରୀ ରାଜନାଥ ସିଂହ. ଏ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି. ତେବେ ବୁଥସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ରାଜନାଥ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ଆୟୋଜିତ ସଭାରେ ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ବହୁ କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି. ଏନେଇ ସେଠାରେ 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି. ଅନ୍ୟପଟେ ରାଜନାଥ ସିଂହ, ଇରମ ସହୀଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି.

 

LEAVE A REPLY

Please enter your comment!
Please enter your name here