ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର। ଏହାଦ୍ବାରା ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି। ରତ୍ନପଥର, ମହାକାଶ, ପ୍ରତିରକ୍ଷା, ବିରଳ ପୃଥିବୀ ଖଣିଜ ପଦାର୍ଥ କ୍ଷେତ୍ରରେ ହେବ ପ୍ରକଳ୍ପ। ୯୮୧୭ କୋଟି ବ୍ୟୟରେ ଖୋର୍ଦ୍ଧାରେ ହେବ ହୀରା ଉତ୍ପାଦନ ୟୁନିଟ୍। ରତ୍ନପଥର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଏହା ସୁଦୃଢ଼ କରିବ। ଖୋର୍ଦ୍ଧା/କଟକରେ N.A.N. Magnete କମ୍ପାନୀ ୧,୨୫୦ କୋଟି ଟଙ୍କା ବ୍ୟୟରେ ବୈଦ୍ୟୁତିକ ଯାନ (EV) ଗ୍ରେଡ୍ ଚୁମ୍ବକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ଯାହା ଫଳରେ ୨,୦୦୦ ନିଯୁକ୍ତି ମିଳିବ । ଗଞ୍ଜାମ ଜିଲ୍ଲାରେ ଟାଟା ପାୱାର୍ ରିନିଉଏବଲ୍ ଏନର୍ଜି ଲିମିଟେଡ୍ ୧୦,୦୦୦ କୋଟି ଟଙ୍କା ନିବେଶରେ ଏକ ସୋଲାର୍ PV ସେଲ୍ ଏବଂ ୱେଫର୍ ନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ୫,୦୦୦ ନିଯୁକ୍ତି ସୃଷ୍ଟି କରିବ। ସେହିପରି ସାତ୍ଵିକ ସୋଲାର୍ ଗଞ୍ଜାମରେ ୧,୭୦୯.୮୧ କୋଟି ଟଙ୍କା ନିବେଶ କରିବ। ଗଞ୍ଜାମରେ ମଧ୍ୟ ଏଲ୍ ଆଣ୍ଡ୍ ଟି (L&T) ୨,୪୦୦ କୋଟି ଟଙ୍କାର ଏକ ଚୁମ୍ବକ କାରଖାନା ପ୍ରତିଷ୍ଠା କରିବ।ଯାଜପୁରରେ 4 MTPA ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ୭୫୮୦ କୋଟି ନିବେଶ କରିବ, ୩୫୦୦ ନିଯୁକ୍ତି ସୃଷ୍ଟି ହେବ। ଯାଜପୁରରେ ଜୁପିଟର୍ ୱାଗନ୍ସ ପକ୍ଷରୁ ୧,୫୦୦ କୋଟି ଟଙ୍କା ବ୍ୟୟରେ ରେଳ କୋଚ୍ ନିର୍ମାଣ କାରଖାନା। ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ପକ୍ଷରୁ ୭,୫୮୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ହୋଇଛି। ଏହାଦ୍ୱାରା ୩,୫୦୦ ନିଯୁକ୍ତି ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here