ନୂଆଦିଲ୍ଲୀ: DGP ମାମଲାରେ ଶୁଣାଣି ପୁଣି ଘୁଞ୍ଚଲା | ଆସନ୍ତା ୨୨ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ ସମ୍ପନ୍ନ । ଏଥିରେ କୌଣସି ବ୍ୟତିକ୍ରମ ହୋଇ ନାହିଁ ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ । ଡିଜିପି ଭାବେ କିଏ ନିଯୁକ୍ତି ପାଇବେ ତାହା ସରକାରଙ୍କ ଶେଷ ନିଷ୍ପତ୍ତି। ଏଥିରେ କୌଣସି ଅଫିସରଙ୍କ ଅଧିକାର ଦାବି କରିବା ଅବାଞ୍ଚନୀୟ । କିଛି ବ୍ୟକ୍ତି ଏ ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା ସୂତ୍ରପାତ୍ କରିଛନ୍ତି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଏଥିରେ ଅଫିସର୍ ଙ୍କ ନାମ ସୁପାରିଶ ବାବଦରେ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଧିଷ୍ଟ ଆଧାର ନିରୂପଣ କରି ନାହାନ୍ତି। ରାଜ୍ୟ ସରକାର ସମସ୍ତ ଅଯୋଗ୍ୟ ଅଧିକାରୀଙ୍କ ନାମ UPSCଙ୍କୁ ସୁପାରିଶ କରିଥିଲେ। DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି AG।

LEAVE A REPLY

Please enter your comment!
Please enter your name here