ଭୁବନେଶ୍ୱର:କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶାନାମା । ଏହି ନିର୍ଦ୍ଦେଶାନାମା ଅନୁଯାୟୀ ରିଲ୍ସ କରି ସୋସିଆଲ ମିଡିଆ ପୋଷ୍ଟ କରୁଥିବା ପୋଲିସ ବିରୋଧରେ ହେବ ଆକ୍ସନ। ବିଧାନସଭା, ମନ୍ଦିର, ଧାର୍ମିକ ସ୍ଥଳରେ ଫଟୋ ଉଠାଇ ପୋଷ୍ଟ କରିପାରିବେନି ପୋଲିସ । ଲୋକ ଭବନ, ଲୋକସେବା ଭବନ, ରିଜର୍ଭ ବ୍ୟାଙ୍କ , ହାଇକୋର୍ଟ ଆଗରେ ପୋଲିସ ପୋଷାକରେ ଫଟୋ ପୋଷ୍ଟ କରିବା ଉପରେ ମଧ୍ୟ ଲାଗିଛି କଟକଣା। ପୋଲିସ ଡ୍ରେସ୍ ପିନ୍ଧି କୌଣସି ଅଫିସର କିମ୍ବା କର୍ମଚାରୀ ରିଲ୍ସ କରିପାରିବେନାହିଁ ।ଯଦି କୌଣସି ଅଫିସର କିମ୍ବା କର୍ମଚାରୀ ଏହି ନିୟମକୁ ଅଣଦେଖା କରନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।











