ଭୁବନେଶ୍ବର: ଅଙ୍ଗନବାଡ଼ି କେନ୍ଦ୍ରର ବାକି ଘରଭଡ଼ା ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହିଞ୍ଜିଳିକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଏବଂ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା। ମିଳିଥିବା ସୂଚନା ମୁତାବକ, ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ଛାଡ଼ିବା ପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଦୁଇ ଅଭିଯୁକ୍ତ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ଆଗାମୀ ମାସଗୁଡ଼ିକର ଘରଭଡ଼ା ବନ୍ଦ କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଅଙ୍ଗନବାଡ଼ି କର୍ମୀ ଜଣକ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ସିଡିପିଓ କାର୍ଯ୍ୟାଳୟ ପରିସରରେ ଜାଲ ବିଛାଇଥିଲେ। ଅଭିଯୋଗକାରିଣୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ରଙ୍ଗେହାତ କାବୁ କରାଯାଇଥିଲା। ଭିଜିଲାନ୍ସ ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here