ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ ଆତ୍ମହତ୍ୟା କରିଛନ୍ତି | ସେ ହାଇଦ୍ରାବାଦ ସ୍ଥିତ ନିଜ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦ୍ ସ୍ଥିତ ଇଣ୍ଡୋ ଆମେରିକାନ୍ କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ତେଲୁଗୁ ଦେଶମ୍ ପାର୍ଟିର ଜଣେ ବରିଷ୍ଠ ନେତା | ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନଥିବା ବେଳେ ସେ ଅନେକ ସମୟରେ ଚିନ୍ତିତ ଏବଂ ଅବସାଦରେ ରହୁଥିବା ପରିବାର ଲୋକ କହିଛନ୍ତି | ସେ ୧୯୮୩ ମସିହାରେ ତେଲୁଗୁ ଦେଶମ୍ ପାର୍ଟିରେ ଯୋଗ ଦେଇଥିଲା | ତାଙ୍କର ୨ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି |

LEAVE A REPLY

Please enter your comment!
Please enter your name here