ଶନିବାର ସକାଳୁ ସିଲଂ ଯାଉଥିବା ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ । ବୋମା ଧମକ ମିଳିବା ପରେ ବିମାନରେ ଯାଞ୍ଚ ଚାଲିଛି ।ସୁଚନା ଅନୁଯାୟୀ, ଆଜି ସକାଳ ୯ଟା ୧୫ ମିନିଟ୍ ରେ ଇଣ୍ଡିଗୋ ବିମାନ କୋଲକାତାରୁ ସିଲଂ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ଥିଲା। ଏହି ସମୟରେ, ବିମାନର ଶୌଚାଳୟ ବଗିରେ କ୍ରୁ ସଦସ୍ୟମାନେ ଏକ ସନ୍ଦେହଜନକ କାଗଜ ଖଣ୍ଡ ପାଇଥିଲେ, ଯେଉଁଥିରେ ‘ବିମାନ ଭିତରେ ବୋମା ଥିବା’ ଲେଖାଯାଇଥିଲା। ଏହା ପରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ଇଣ୍ଡିଗୋ ବିମାନ ଯାଞ୍ଚ ଆରମ୍ଭ କରିଥିଲେ। ବିମାନକୁ ଏକ ଆଇସୋଲେସନ ୱେକୁ ନିଆଯାଇଥିଲା ଓ ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ଯାଞ୍ଚ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ୍ ସ୍କ୍ୱାର୍ଡ ପହଁଚି ଯାଞ୍ଚ କରିଥିଲେ । ବିମାନରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ଏହା ଏକ ମିଥ୍ୟା ଧମକ ଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here