ନିଜ ମାତାପିତାଙ୍କ ସେବା କରିବା ଏବେ ହୁଏତ ଆଉ ଦେଖିବାକୁ ମିଳୁନି । କିନ୍ତୁ ଏମିତି କିଛି ଦୃଶ୍ୟ ଆମ ସାମ୍ନାକୁ ଆସିଛି । ନିଜ ପିତାମାତାଙ୍କ ସେବା କରିବା ସହିତ ବାଉଁଶ ଭାରରେ କାନ୍ଧରେ ବୋହି ତୀର୍ଥଯାତ୍ରା କରାଇଛନ୍ତି ୪ ଭାଇ । କଥାଟା ଶୁଣି ଆଶ୍ୱର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ଭାବରେ ସତ । ଏହି ଚାରି ଭାଇ ହରିୟାଣାର ବାସିନ୍ଦା । ସେମାନଙ୍କର ଏଭଳି ଉଦ୍ୟମ ପୁରାଣରେ ବର୍ଣ୍ଣିତ ଶ୍ରବଣ କୁମାରଙ୍କ ଉଦାହରଣ ସୃଷ୍ଟି କରିଛି । ଏନେଇ ସୋସିଆଲ ମିଡିଆରେ ମଧ୍ୟ ଚାରିଭାଇଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ୪ ଭାଇ  ହରିଦ୍ୱାରର ନୀଳକଣ୍ଠଠାରୁ ପଞ୍ଚକୁଲାର ମନସା ଦେବୀଙ୍କୁ ଦର୍ଶନ କରାଇ ମାତାପିତାଙ୍କୁ ନେଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here