ଆଖି ପିଛୁଳାକେ ଚାଲିଗଲା 61 ଜୀବନ. ମୃତକଙ୍କ ସଂଖ୍ୟା ଆହୁରି ବି ବଢିବ. ଦୁର୍ଘଟଣାକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି, କିନ୍ତୁ ମୁଣ୍ଡ ଉପରକୁ ଦୋଷ ନେବାକୁ କେହି ପ୍ରସ୍ତୁତ ନାହାନ୍ତି. ରାବଣପୋଡି ଉତ୍ସବରେ ଏତେସଂଖ୍ୟାରେ ଲୋକ ଉପସ୍ଥିତ କହିବା ସଂପର୍କରେ ରେଲୱେକୁ କୌଣସି ସୂଚନା ଦିଆଯାଇ ନଥିବା କହିଛନ୍ତି ରେଲୱ ବୋର୍ଡର ଚେୟାରମ୍ୟାନ୍‌ ଅଶ୍ୱିନୀ ଲୋହାନୀ । ତା’ସହ ନିକଟରେ ଥିବା ଫାଟକ ବନ୍ଦ ଥିବା ବେଳେ ଲୋକେ ଏଥିପ୍ରତି ସତର୍କ ହୋଇ ଯିବାର ଥିଲା । ତେଣୁ ଏଥିରେ ରେଲୱକୁ ଦୋଷ ଦେବା ଯୁକ୍ତି ଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ଟ୍ରେନ ଡ୍ରାଇଭରକୁ ପୋଲିସ ଅଟକ ରଖିଛି. ମାତ୍ର ଡ୍ରାଇଭର କହିବା କଥା, ଟ୍ରେନକୁ ଗ୍ରୀନ ସିଗନାଲ ଥିଲା. ତେଣୁ ତାର ବି ଦୋଷ କଣ ? ପ୍ରଶ୍ନ ଉଠୁଛି, ଦୁର୍ଘଟଣା ପାଇଁ ଦାୟୀ କିଏ ? ରାବଣ ପୋଡି ବେଳେ ଦୁର୍ଘଟଣା ରୋକିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି. ରାବଣ ପୋଡି ସ୍ଥାନ ଠାରୁ ନିରାପଦ ଦୂରତ୍ବରେ ଲୋକେ ଦେଖିବା ପାଇଁ ବ୍ୟବସ୍ଥା କରାଯିବା କଥା. ବାଉଁଶ ବାରିକେଡ ମଧ୍ୟ ରହିବା କଥା. ତେବେ ନିକଟରେ ଥିବା ଟ୍ରେନ ଲାଇନ କଡରେ ବାରିକେଡ କରାଗଲା ନାହିଁ କଣ ପାଇଁ ?  ଜିଲ୍ଲା ପ୍ରଶାସନ ଟ୍ରେନ ଲାଇନ କଡରେ ରାବଣ ପୋଡି ପାଇଁ ଅନୁମତି ଦେଲା କେମିତି ? ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଅନୁମତି ଦେବା ପୂର୍ବରୁ ଘଟଣାସ୍ଥଳ ଯାଞ୍ଚ କରିଥିଲେ କି ? ଏ ସମସ୍ତ ଦିଗ ପ୍ରତି ସରକାର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ. ଏହାକୁ ଏକ ଦୁର୍ଘଟଣା ଭାବି ହାଲକା ଭାବେ ଗ୍ରହଣ କରିନେବା ଅନୁଚିତ.

 

LEAVE A REPLY

Please enter your comment!
Please enter your name here