ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି l ଓଡିଶାରୁ ଖାଲି ହେଉଥିବା ୩ଟି ଆସନ ପାଇଁ ହେବ ନିର୍ବାଚନ । ନିକଟରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଓଡିଶାରୁ ତିନୋଟି ଆସନ ଖାଲି ପଡିଛି । ଏଥିପାଇଁ ମେ 24 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ, ମେ 31 ତାରିଖ ସୁଦ୍ଧା ନାମାଙ୍କନ ଦାଖଲ ହେବ । ଜୁନ 1ରେ ଯାଞ୍ଚ, ଜୁନ 3ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଛି । ଜୁନ 10 ତାରିଖରେ ନିର୍ବାଚନ ହେବ । ତେବେ ରାଜ୍ୟ ବିଧାନସଭାରେ ଦଳୀୟ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡିର ଆବଶ୍ୟକ ସଂଖ୍ୟକ ବିଧାୟକ ଥିବାରୁ ତିନୋଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବା ନିଶ୍ଚିତ ।
ନିର୍ବାଚନ କମିଶନ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ, ମୋଟ 15ଟି ରାଜ୍ୟର 57ଟି ଆସନ ପାଇଁ ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ସର୍ବାଧିକ 11ଟି ଆସନ ପାଇଁ ନିର୍ବାଚନ ହେବ ।

LEAVE A REPLY

Please enter your comment!
Please enter your name here