ଚିଡିଆଘରେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଚକ୍କରରେ ଏମିତି କିଛି କରିଛନ୍ତି, ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇରହିଯିବେ. ସେମାନେ ଏକ ଗଧକୁ ଜେବ୍ରା ବନେଇ ଦେଇଛନ୍ତି. ତା ଉପରେ ଏଭଳି କଳା ଓ ଧଳା ରଙ୍ଗର ଚିତ୍ର ଆଙ୍କିଛନ୍ତି ଯେ, ତାକୁ ଯିଏ ଦେଖିବ ଜେବ୍ରା ବୋଲି ହିଁ କହିବ. ଏପରି ଘଟଣା ମିଶରର ରାଜଧାନୀ କୋହିରାରେ ଦେଖିବାକୁ ମିଳିଛି. ତେବେ ଏହି ଘଟଣା ଉପରୁ ସେତେବେଳେ ପରଦା ହଟିଥିଲା, ଯେତେବେଳେ ଜଣେ ଛାତ୍ର ଏଭଳି ଚତୁର କାମକୁ ଧରିପାରିଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ.

LEAVE A REPLY

Please enter your comment!
Please enter your name here