ପୃଥିବୀରେ ଏଭଳି ବହୁପ୍ରଜାତିର ଜୀବ ଅଛନ୍ତି ଯାହାକୁ ଆମେ ପୂର୍ବରୁ କେବେବି ଦେଖିନଥିବା. ଆଉ ଯେତେବେଳେ ଆମେ ଅଚାନକ ଗୋଟିଏ ଜୀବ ଦେଖୁ ତାର ନାମକୁ ଜାଣିବା ପାଇଁ ଆମେ ଇଣ୍ଟରନେଟ, ଟିଭି ଓ ବହିର ସାହାଯ୍ୟ ନେଇଥାଉ. ବେଳେବେଳେ ଅଜବ ପ୍ରକାରର ଜୀବଙ୍କ ବିଷୟରେ ସୂଚନା ମଧ୍ୟ ପାଇଥାଉ. ଏବେ ଆପଣ ଏମିତି ଏକ ଜୀବର ଚିତ୍ର ଦେଖିବେ, ଯାହାକୁ ଆପଣ  ପୂର୍ବରୁ କେବେ ବି ଦେଖିନଥିବେ. ତାର ନାଁ ହେଲା ଅଲ୍ବିନୋ ସ୍ନୋପ୍ଲେକ୍ ଗୋରିଲା. ଏହି ମାଙ୍କଡ ଅନ୍ୟ ମାଙ୍କଡ ମାନଙ୍କଠାରୁ ଟିକେ ଭିନ୍ନ. ଯେଉଁଠି ଅନ୍ୟ ମାଙ୍କଡଙ୍କର ମୁହଁର ରଙ୍ଗ କଳା ଓ ନାଲି, ସେଠି ଏହାର ମୁହଁର ରଙ୍ଗ ଗୋରା ଓ ଲୋମର ରଙ୍ଗ ଧଳା. ଏହି ପ୍ରଜାତିର ମାଙ୍କଡଟିକୁ 60 ମଧ୍ୟଦଶକରେ ବୋର୍ସିଲୋନା ଚିଡିଆଖାନାକୁ ଅଣାଯାଇଥିଲା. ସେତେବେଳେ ଏହାକୁ ଦେଖିବା ପାଇଁ ଅନୁମତି କେବଳ ସହରର ବଡବଡିଆଲୋକ ଓ ମେୟରଙ୍କୁ ଥିଲା. ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଏହି ପ୍ରାଣୀ ପୃଥିବୀ ପାଇଁ କେତେ ଦୁର୍ଲଭ. ସୂଚନା ମୁତାବକ, ସେତେବେଳେ ଏହି ମାଙ୍କଡକୁ ଇଙ୍କେଟୋରିଅଲ ଗିନୀର ଜଣେ କୃଷକ ଧରିଥିଲେ. ଏହାକୁ ଧରିବା ପାଇଁ ସେ ଅନ୍ୟ ମାଙ୍କଡକୁ ମାରିଦେଇଥିଲେ. ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଏହି ମାଙ୍କଡକୁ ଛାଡି ସ୍ନୋପ୍ଲେକ ସମୂହ ଅନ୍ୟ ମାଙ୍କଡଙ୍କ ରଙ୍ଗ ଧଳା ନଥିଲା.

LEAVE A REPLY

Please enter your comment!
Please enter your name here