ଶନିବାର ରାତ୍ରୀରେ ଚରମ୍ପା ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥରେ ଏକ ବାଉଁଶ ବୋଝେଇ ଟ୍ରକ୍‌ ପଛରେ ଏକ ତୀର୍ଥଯାତ୍ରୀ ବସ୍‌ ଧକ୍କା ଦେବାରୁ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଆହତ ହୋଇଛନ୍ତି। ବସ୍‌ଟି ଉତ୍ତର ପ୍ରଦେଶରୁ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ବାଉଁଶ ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା। ଫଳରେ ବସ୍‌ ଡ୍ରାଇଭର୍‌ ଏବଂ ଜଣେ ତୀର୍ଥଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ଯାତ୍ରୀଙ୍କ ନାମ ଶିବନାରାୟଣ ମିଶ୍ର ।
ଖବର ପାଇ ଭଦ୍ରକ ପୁଲିସ ଘଟନାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପଠାଇଥିଲା।

LEAVE A REPLY

Please enter your comment!
Please enter your name here