ଅକ୍ଟୋବର 7 ତାରିଖରେ ତାଜିକିସ୍ତାନ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ତାଙ୍କର ପ୍ରଥମ କେନ୍ଦ୍ର ଏସିଆ ଗସ୍ତ। ତାଜିକ୍‌ ରାଷ୍ଟ୍ରପତି ଇମାମୋଲି ରହମୋନ୍‌ଙ୍କ ସହ କୋବିନ୍ଦ ଏକ ଦ୍ୱିପାକ୍ଷିକ ବୈଠକରେ ବସିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ଏକ ବିବୃତିରେ ପ୍ରକାଶ ପାଇଛି । ଏହି ବୈଠକରେ ତାଜିକ୍‌ ପାର୍ଲାମେଣ୍ଟ୍‌ର ବାଚସ୍ପତି ଶୁକୁର୍‌ଜୋନ୍‌ ଜୁହୁରୋଭ୍‌ ଏବଂ ତାଜିକ୍‌ ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା ମଧ୍ୟ ଯୋଗଦେବେ ।

ଏହାବ୍ୟତୀତ ତାଜିକ୍‌ ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇ କୋବିନ୍ଦ ‘କାଉଣ୍ଟରିଙ୍ଗ୍‌ ରାଡିକାଲାଇଜେସନ୍‌: ଚାଲେଞ୍ଜେସ୍‌ ଇନ୍‌ ମଡର୍ଣ୍ଣ ସୋସାଇଟି’ ଉପରେ ଭାଷଣ ପ୍ରଦାନ କରିବେ।

LEAVE A REPLY

Please enter your comment!
Please enter your name here