ରାଜ୍ୟର ଜଣାଣୁଣା କମ୍ପାନୀ ଓମଫେଡ଼ କ୍ଷୀରର ମୂଲ୍ୟ ବୃଦ୍ଧି ହେବ । କିନ୍ତୁ ଏଯାଏଁ ତାହାର ମୂଲ୍ୟ ନିର୍ଦ୍ଧାରିତ କରାଯାଇ ନାହିଁ । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା କ୍ଷୀର ଲିଟର ପିଛା କେତେ ଦର ବୃଦ୍ଧି କରାଯିବ ସେନେଇ ନିଷ୍ପତି ମଧ୍ୟ ନିଆଯାଇ ନାହିଁ । ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ କ୍ଷୀର ଦାମ ବୃଦ୍ଧି କରିଛନ୍ତି । ସରକାର ଏନେଇ ବିଚାରବିମର୍ଶ କରୁଛନ୍ତି ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here