ରାଉରକେଲା ଟାଉନସିପରେ ଅଘଟଣ । ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡି ପଡିବାରୁ ୱେସ୍କୋ ଅଫିସ୍ ଚୁରମାର ହୋଇଯାଇଛି । ଏଥିରେ କିଛି ଲୋକ ଆହତ ହେବା ସହ ଘଟଣାସ୍ଥଳରେ ବାଇକ୍ ଓ ସାଇକଲ୍ ସବୁ ଭାଙ୍ଗିଯାଇଥିବା ଜଣାପଡିଛି । ଅଫିସରେ କେହି ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୩୦ ରୁ ୪୦ ବର୍ଷର ପାଣି ଟାଙ୍କି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ମାଣ ହୋଇଥଲା । ସୂଚନା ଅନୁଯାୟୀ ଏହି ପାଣି ଟାଙ୍କି ପୁରୁଣା ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here