ମିଳିତ ଜାତିସଂଘରେ ସମସ୍ତଙ୍କ ଆଗରେ ପାକିସ୍ତାନ ମାନିଲା କାଶ୍ମୀର ଭାରତର | ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ କ୍ୟୁରେସି ନିଜର ସମ୍ବୋଧନ ସମୟରେ ଏନେଇ ସ୍ଵୀକାର କରିଛନ୍ତି | ସେ ନିଜର ବୟାନରେ କାଶ୍ମୀରକୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଇଣ୍ଡିଆନ ଷ୍ଟେଟ୍ ଜାମ୍ମୁ-କାଶ୍ମୀର’ ଅର୍ଥାତ ଭାରତୀୟ ରାଜ୍ୟ-କାଶ୍ମୀର | ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କ ଏହି ଭିଡ଼ିଓ ଏବେ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ସେ ଗୋଟିଏ ପଟେ ଭାରତ ଉପରେ ମାନବାଧିକାର ଉଲ୍ଲଂଘନର ଆରୋପ ଲଗାଉଥିବା ବେଳେ ଅନ୍ୟ ପଟେ କାଶ୍ମୀରକୁ ଭାରତର ରାଜ୍ୟ ବୋଲି ସ୍ଵୀକାର କରିଛନ୍ତି । କ୍ୟୁରେସୀ କହିଛନ୍ତି ଯେ, ଭାରତ ଦୁନିଆକୁ ଏହା ଜଣାଇବାକୁ ଚେଷ୍ଟା କରୁଛି ଯେ କାଶ୍ମୀରରେ ସବୁ କିଛି ସ୍ୱାଭାବିକ ରହିଛି । ଯଦି ସେଠାରୁ ସବୁକିଛି ସ୍ଵାଭାବିକ ରହିଛି ତେବେ ଅନ୍ତରାଷ୍ଟ୍ରୀୟ ମିଡ଼ିଆ, ଅନ୍ତରାଷ୍ଟ୍ରୀୟ ସଂଗଠନ, ଏନଜିଓ, ସିଭିଲ ସୋସାଇଟିକୁ ଭାରତର ରାଜ୍ୟ ଜାମ୍ମୁ-କାଶ୍ମୀରକୁ ଯିବାକୁ କଣ ପାଇଁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି | ଥରେ କାଶ୍ମୀରରୁ କର୍ଫ୍ୟୁ ହଟିବା ପରେ ସତ୍ୟ ସାମ୍ନାକୁ ଆସିଯିବ ବୋଲି ନିଜ ବୟାନରେ କହିଛନ୍ତି କ୍ୟୁରେସୀ |

LEAVE A REPLY

Please enter your comment!
Please enter your name here