ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ପିସିସି ମୁଖିଆଙ୍କ ପ୍ରତିକ୍ରିୟା ଥିଲା, କଷ୍ଟକର ହେଲେ ବି ଭଲ. ଏମିତି ଦଳ ଭିତରେ ରହି ଆଗପଛ ହେବା ଅପେକ୍ଷା ଦଳ ଛାଡି ଚାଲିଯିବାଟା ଭଲ. ମାତ୍ର ଯେତେବେଳେ ନବୀନଙ୍କ ପ୍ରଭାବରେ ବିରୋଧୀ ଶୋଚନୀୟ ଭାବେ ହାରୁଥିଲେ, ସେତେବେଳେ ନବ ଦାସ ଝାରସୁଗୁଡାରେ କଂଗ୍ରେସର ଦୁର୍ଗ ବନେଇ ଦେଇଥିଲେ, ଲଗାତର ସେ ଝାରସୁଗୁଡାରୁ ବିଧାୟକ ହେବା ସହ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ନିର୍ବାଚନମଣ୍ଡଳୀରେ ହାତ ପତାକା ଉଡେଇ ଆସୁଥିଲେ. ଏବେ ନବଙ୍କ ଦଳ ଛାଡିବା କଂଗ୍ରେସ ପାଇଁ କେତେ ଭଲ, ତାହାର ଆଭାସ ମିଳିଲାଣି. କଂଗ୍ରେସକୁ ସଜାଡିବା ପାଇଁ ବାହାରିବା ବେଳକୁ ଏମିତି ଝଟକା ଆସିଲାଣି ଯେ ନିରଞ୍ଜନ ଗୋଟିଏ ପଟ ସଜାଡିବା ବେଳକୁ ଆରପଟ କଣା ହୋଇଯିବା ପରି ଲାଗୁଛି. ଖାଲି ନବ ଦାସ ନୁହଁନ୍ତି, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ବି ରାହୁଲ ଗାନ୍ଧୀଙ୍କ ସଭାରେ ରହିବେ ନାହିଁ ବୋଲି କହିଲେଣି. ସେ କୁଆଡେ ଆଗରୁ ତାଙ୍କ ପ୍ରୋଗ୍ରାମ ଫିକ୍ସ କରିଦେଇଛନ୍ତି. ଯଦି ଏମିତି ହୁଏ, ତା ମାନେ ଯୋଗେଶ ବାବୁ ବି ଝଟକା ଦେବାକୁ ପ୍ରସ୍ତୁତ ହୋଇଗଲେଣି. ସେ ବି ଶଙ୍ଖ ଦଳର ଜଣେ ଭଲ ପ୍ରଶଂସକ. ରାହୁଲଙ୍କ ସଭାକୁ ଯିବେନି ବୋଲି କହିବା ସହ ନବୀନଙ୍କ ପ୍ରଶସ୍ତି ଗାନ କରିଛନ୍ତି ଯ଼ୋଗେଶ. ତେଣୁ ନବଙ୍କ ପରେ ଯ଼ୋଗେଶଙ୍କ ଝଟକା ଲାଗିଲେ ନିରଞ୍ଜନଙ୍କୁ ତାହା କେତେ ଭଲ ଲାଗିବ, ତାହା ଅବଶ୍ୟ ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ.

LEAVE A REPLY

Please enter your comment!
Please enter your name here