ହଲିଉଡ ଅଭିନେତା କିୟାନୁ ରୀଭିସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ୍ ୱିକ୍ ଚାପ୍ଟର-3 ପାରାବେଲମ’ର ଟ୍ରେଲର ରିଲିଜ ହୋଇଛି. ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ଚାଡ୍ ଷ୍ଟେଲହସ୍କି. ରିଲିଜ ହେବା କ୍ଷଣି ସମସ୍ତେ ଏହି ଟ୍ରେଲର ଦେଖିସାରିଲେଣି. ତେବେ ଏହି ଫିଲ୍ମ 17 ମେ 2019ରେ ପରଦା ଘରକୁ ଆସିବ ବୋଲି ସୂଚନା ଦିଆଯାଇଛି. ଯଦି ଆପଣ ଏହାର ପୂର୍ବ ଦୁଇଟି ଭାଗ ଦେଖିଥିବେ ତାହେଲେ ଏହାକୁ ଦେଖିଲେ ଜାଣିପାରିବେ ଯେ, ଏହା ସଂପୂର୍ଣ୍ଣ ରୂପେ ଆକ୍ସନ ପ୍ୟାକରେ ରହିଛି. ଟ୍ରେଲର ଅନୁସାରେ, ଫିଲ୍ମ ସେହିଠାରୁ ଆରମ୍ଭ ହୋଇଛି, ଯେଉଁଠି ଏହି ଫିଲ୍ମର ପୂର୍ବ ଭାଗ ସରିଥିଲା. ଫିଲ୍ମରେ ଅଭିନେତା କିୟାନୁଙ୍କ ଉପରେ 100 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ଏବଂ ତାଙ୍କୁ ମାରିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି, ମାତ୍ର ସଫଳ ହୋଇପାରୁନାହନ୍ତି.

 

 

LEAVE A REPLY

Please enter your comment!
Please enter your name here