ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଜ ଘର ଡେରାଡୁନରେ ପହଞ୍ଚିଥିବା ଚିତ୍ରାଶୀ ନିଜର ଆଗାମୀ ଯୋଜନା ବିଷୟରେ କହିଛନ୍ତି ଯେ, ସେ ବର୍ତ୍ତମାନ ଫିଲ୍ମ ଓ ଥିଏଟରକୁ ଛାଡି ୱେବ୍ ସିରିଜ୍ କାମ କରିବା ପାଇଁ  ମନ ବଳାଇଛନ୍ତି. ତେବେ ଚିତ୍ରାଶୀଙ୍କ ଅଭିନୀତ ୱେବ୍ ସିରିଜ୍ ର ନା ରହିଛି ‘ଆଫାତ୍’. ଯାହା ସଂପୂର୍ଣ୍ଣରୂପେ ଆରେଞ୍ଜ ମ୍ୟାରେଜ୍ କଲଚର ମୂଳ ଉପରେ ଆଧାରିତ ଏବଂ ଏହାର ସୁଟିଂ ଦିଲ୍ଲୀରେ କରାଯାଇଛି. ତେବେ ସେ ଅଭିନୟ କରିଥିବା ୱେବ୍ ସିରିଜ୍ ଟି 5 ଟି ଝିଅଙ୍କ କାହାଣୀ ଉପରେ ନିର୍ମାଣ କରାଯାଇଥିବା ସେ କହିଛନ୍ତି ଯାହା ସଂପୂର୍ଣ୍ଣରୂପେ ଆରେଞ୍ଜ ମ୍ୟାରେଜ କଲଚର ବେସ୍ ଉପରେ ଆଧାରିତ. ଗୋଟିଏ ଝିଅ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା କେତେ କଷ୍ଟକର ତାକୁ ଏଥିରେ ପରିଦର୍ଶିତ କରାଯାଇଛି. ଝିଅ ପାଇଁ  ମ୍ୟାଟ୍ରୋମନିରେ ମଧ୍ୟ ବିଜ୍ଞାପନ ଦିଆଯାଉଛି. ଏଥିରେ ଚିତ୍ରାଶୀଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ଏବଂ ତାଙ୍କ ଅଭିନୟ ସବୁ ଦର୍ଶକମାନଙ୍କୁ  ପସନ୍ଦ ଆସିବ ବୋଲି ସେ ବିଶ୍ୱାସର ସହ କହିଛନ୍ତି.

 

 

LEAVE A REPLY

Please enter your comment!
Please enter your name here