ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକରାରେ ଲକ୍ଷ ଲକ୍ଷ ତୃଣମୂଳ କଂଗ୍ରେସ କର୍ମୀ ଓ ସମର୍ଥକ କୋଲକାତାରେ ପହଞ୍ଚିସାରିଛନ୍ତି. ପାଖାପାଖି 3-4 ଲକ୍ଷ ଲୋକ ଏହି ମେଳିରେ ଯୋଗ ଦେଇଛନ୍ତି. ଏହାଛଡା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏଥିରେ ଯୋଗ ଦେଇ ମୋଦି ବିରୋଧୀ ରାଲିରେ ସାମିଲ ହୋଇଛନ୍ତି. 20ଟି ବିପକ୍ଷ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ନଜର ଆସିଛି. ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ପୂର୍ବ ବିଜେପି ନେତା ଅରୁଣ ସୌରୀ ମଧ୍ୟ ସାମିଲ ହୋଇଛନ୍ତି. ମୋଦି ସରକାର ଓ ବିଜେପି ବିରୋଧରେ ଉଠିଛି ରଣହୁଙ୍କାର. କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ଜନସମାଗମରେ ଅନୁଷ୍ଠିତ ହୋଇଛି ମହାମେଳି.

LEAVE A REPLY

Please enter your comment!
Please enter your name here