9 ହଜାର କୋଟି ଟଙ୍କା ବ୍ୟାଙ୍କ ଲୋନ ନେଇ ଫେରାର ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଶୁଣାଣି ଶନିବାର ଏକ ବିଶେଷ ଅଦାଲତରେ କରାଯିବ. ମାଲ୍ୟାଙ୍କୁ ଜଣେ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ପିଟିସନ ଦାଏର କରିଥିଲେ, ଯାହାର ଶୁଣାଣି ଆଜି ଅର୍ଥାତ୍ ଶନିବାର କରାଯିବ. 26 ଡିସେମ୍ବର 2018 ରେ ହେବାକୁ ଥିବା ଶୁଣାଣିକୁ କୋର୍ଟ 5 ଜାନୁୟାରୀ 2019 କୁ ଘୁଞ୍ଚାଇ ଦେଇଥିଲେ. ତେବେ ସେ ଜଣେ ପଳାତକ ଆର୍ଥିକ ଅପରାଧୀ ନୁହନ୍ତି ବୋଲି ପୂର୍ବରୁ ମାଲ୍ୟା  ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରି ଆକ୍ଟକୁ କହିଥିଲେ ଏବଂ ମନି ଲଣ୍ଡ୍ରିଂ ଅପରାଧରେ ସେ ସାମିଲ ନୁହନ୍ତି ବୋଲି ମଧ୍ୟ ସଫେଇ ଦେଇଥିଲେ. ଏହି କେସକୁ ନେଇ ଇଡି ମନି ଲଣ୍ଡ୍ରିଂ ପ୍ରିଭେନସନ ଆକ୍ଟରେ ପିଟିସନ ଦାଏର କରିଛନ୍ତି. କୋର୍ଟ ମାଲ୍ୟାଙ୍କୁ ଅପରାଧୀ ଘୋଷିତ କରିବା ପରେ ତାଙ୍କ ସମସ୍ତ ସଂପତ୍ତିକୁ ସିଜ୍ କରିବା ପାଇଁ ଇଡିକୁ ଅଧିକାର ମିଳିଯିବ.

 

LEAVE A REPLY

Please enter your comment!
Please enter your name here